ଦିତୀୟ ଶାମୁୟେଲ 1 : 1 (ORV)
ଶାଉଲଙ୍କ ମୃତ୍ୟୁ ସମୟକୁ ଦାଉଦ ଅମାଲେକୀୟ-ମାନଙ୍କ ବଧକରଣରୁ ଫେରି ଆସିଲେ ଓ ଦାଉଦ ସିକ୍ଲଗ୍ରେ ଦୁଇ ଦିନ ମାତ୍ର ରହିଥିଲେ ।
ଦିତୀୟ ଶାମୁୟେଲ 1 : 2 (ORV)
ତୃତୀୟ ଦିନରେ ଏପରି ହେଲା ଯେ, ଦେଖ, ଶାଉଲଙ୍କ ନିକଟରୁ ଛାଉଣି ଭିତରୁ ଜଣେ ଲୋକ ଆପଣା ବସ୍ତ୍ର ଚିରି ଓ ମସ୍ତକରେ ମାଟି ଦେଇ ଆସିଲା; ପୁଣି ସେ ଦାଉଦଙ୍କ ନିକଟରେ ଉପସ୍ଥିତ ହୁଅନ୍ତେ, ଭୂମିରେ ପଡ଼ି ପ୍ରଣାମ କଲା ।
ଦିତୀୟ ଶାମୁୟେଲ 1 : 3 (ORV)
ତହିଁରେ ଦାଉଦ ତାହାକୁ କହିଲେ, ତୁମ୍ଭେ କେଉଁଠାରୁ ଆସିଅଛ? ତହୁଁ ସେ କହିଲା, ମୁଁ ଇସ୍ରାଏଲ ଛାଉଣିରୁ ପଳାଇ ଆସିଲି ।
ଦିତୀୟ ଶାମୁୟେଲ 1 : 4 (ORV)
ତହିଁରେ ଦାଉଦ ତାହାକୁ କହିଲେ, କଥା କଅଣ, ମୋତେ କହିଲ? ତହୁଁ ସେ ଉତ୍ତର କଲା, ଲୋକମାନେ ଯୁଦ୍ଧରୁ ପଳାଇଲେ, ପୁଣି ଅନେକ ଲୋକ ମାରା ପଡ଼ିଲେ, ଆଉ ଶାଉଲ ଓ ତାଙ୍କର ପୁତ୍ର ଯୋନାଥନ ମଧ୍ୟ ମଲେ ।
ଦିତୀୟ ଶାମୁୟେଲ 1 : 5 (ORV)
ତହିଁରେ ଦାଉଦ ସେହି ସମ୍ଵାଦଦାୟୀ ଯୁବାକୁ କହିଲେ, ଶାଉଲ ଓ ତାଙ୍କର ପୁତ୍ର ଯୋନାଥନ ମଲେ ବୋଲି ତୁମ୍ଭେ କିପରି ଜାଣିଲ?
ଦିତୀୟ ଶାମୁୟେଲ 1 : 6 (ORV)
ତହିଁରେ ସେହି ସମ୍ଵାଦଦାୟୀ ଯୁବା ତାଙ୍କୁ କହିଲା, ମୁଁ ଘଟନାକ୍ରମେ ଗିଲ୍ବୋୟ ପର୍ବତରେ ଉପସ୍ଥିତ ହୁଅନ୍ତେ, ଦେଖ, ଶାଉଲ ଆପଣା ବର୍ଚ୍ଛା ଉପରେ ଆଉଜି ପଡ଼ିଅଛନ୍ତି; ଆଉ ଦେଖ, ରଥ ଓ ଅଶ୍ଵାରୋହୀମାନେ ତାଙ୍କ ପଛେ ଲାଗି ରହିଅଛନ୍ତି ।
ଦିତୀୟ ଶାମୁୟେଲ 1 : 7 (ORV)
ଏଥି ମଧ୍ୟରେ ସେ ଆପଣା ପଛକୁ ଅନାନ୍ତେ, ମୋତେ ଦେଖି ଡାକିଲେ । ତହିଁରେ ମୁଁ ଉତ୍ତର କଲି, ଏଠାରେ ମୁଁ ଅଛି ।
ଦିତୀୟ ଶାମୁୟେଲ 1 : 8 (ORV)
ତେଣୁ ସେ ମୋତେ କହିଲେ, ତୁମ୍ଭେ କିଏ? ମୁଁ ଉତ୍ତର କଲି, ମୁଁ ଜଣେ ଅମାଲେକୀୟ ଲୋକ ।
ଦିତୀୟ ଶାମୁୟେଲ 1 : 9 (ORV)
ତେବେ ସେ ମୋତେ କହିଲେ, ବିନୟ କରୁଅଛି, ମୋʼ ନିକଟରେ ଠିଆ ହୋଇ ମୋତେ ବଧ କର, କାରଣ ମୋତେ ବଡ଼ ଯନ୍ତ୍ରଣା ଆକ୍ରା; କରିଅଛି; ତଥାପି ଏପର୍ଯ୍ୟନ୍ତ ମୋʼଠାରେ ପ୍ରାଣ ସମ୍ପୂର୍ଣ୍ଣ ରହିଅଛି ।
ଦିତୀୟ ଶାମୁୟେଲ 1 : 10 (ORV)
ତହିଁରେ ମୁଁ ତାଙ୍କ ନିକଟରେ ଠିଆ ହୋଇ ତାଙ୍କୁ ବଧ କଲି; କାରଣ ସେହି ପତନ ଉତ୍ତାରେ ସେ ଆଉ ବଞ୍ଚିବେ ନାହିଁ ବୋଲି ମୁଁ ଜାଣିଲି; ପୁଣି ମୁଁ ତାଙ୍କ ମସ୍ତକର ମୁକୁଟ ଓ ବାହୁର ବାଜୁ ନେଇ ଏଠାକୁ ମୋʼ ପ୍ରଭୁଙ୍କ କତିକି ଆଣିଅଛି ।
ଦିତୀୟ ଶାମୁୟେଲ 1 : 11 (ORV)
ଏଥିରେ ଦାଉଦ ଆପଣା ବସ୍ତ୍ର ଧରି ଚିରିଲେ ଓ ତାଙ୍କ ସଙ୍ଗୀ ଲୋକମାନେ ମଧ୍ୟ ତଦ୍ରୂପ କଲେ;
ଦିତୀୟ ଶାମୁୟେଲ 1 : 12 (ORV)
ପୁଣି ଶାଉଲ ଓ ତାଙ୍କର ପୁତ୍ର ଯୋନାଥନ ଓ ସଦାପ୍ରଭୁଙ୍କ ଲୋକମାନେ ଓ ଇସ୍ରାଏଲ ବଂଶ ଖଡ଼୍‍ଗରେ ପତିତ ହେବାରୁ ସେମାନେ ସେମାନଙ୍କ ନିମନ୍ତେ ବିଳାପ ଓ ରୋଦନ କଲେ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଉପବାସ କଲେ⇧ ।
ଦିତୀୟ ଶାମୁୟେଲ 1 : 13 (ORV)
ଏଉତ୍ତାରେ ଦାଉଦ ସେହି ସମ୍ଵାଦଦାୟୀ ଯୁବାକୁ କହିଲେ, ତୁମ୍ଭେ କେଉଁ ସ୍ଥାନର ଲୋକ? ସେ ଉତ୍ତର କଲା, ମୁଁ ଜଣେ ଅମାଲେକୀୟ ବିଦେଶୀ ଲୋକର ପୁତ୍ର ।
ଦିତୀୟ ଶାମୁୟେଲ 1 : 14 (ORV)
ତହୁଁ ଦାଉଦ ତାହାକୁ କହିଲେ, ତୁମ୍ଭେ ଯେ ସଦାପ୍ରଭୁଙ୍କ ଅଭିଷିକ୍ତଙ୍କୁ ନାଶ କରିବା ପାଇଁ ଆପଣା ହସ୍ତ ବଢ଼ାଇବାକୁ ଭୟ ନ କଲ, ଏ କିପରି?
ଦିତୀୟ ଶାମୁୟେଲ 1 : 15 (ORV)
ଏଥିରେ ଦାଉଦ ଯୁବାମାନଙ୍କ ମଧ୍ୟରୁ ଜଣକୁ ଡାକି କହିଲେ, କତିକି ଯାଇ ତାକୁ ଆକ୍ରମଣ କର । ତହିଁରେ ସେ ତାକୁ ଆଘାତ କରନ୍ତେ, ସେ ମଲା।
ଦିତୀୟ ଶାମୁୟେଲ 1 : 16 (ORV)
ପୁଣି ଦାଉଦ ତାକୁ କହିଲେ, ତୁମ୍ଭ ରକ୍ତ ତୁମ୍ଭ ମସ୍ତକରେ ବର୍ତ୍ତୁ; କାରଣ ତୁମ୍ଭର ମୁଖ ତୁମ୍ଭ ବିରୁଦ୍ଧରେ ସାକ୍ଷ୍ୟ ଦେଇ କହିଅଛି, ମୁଁ ସଦାପ୍ରଭୁଙ୍କ ଅଭିଷିକ୍ତଙ୍କୁ ବଧ କରିଅଛି ।
ଦିତୀୟ ଶାମୁୟେଲ 1 : 17 (ORV)
ଅନନ୍ତର ଦାଉଦ ଶାଉଲ ଓ ତାଙ୍କ ପୁତ୍ର ଯୋନାଥନଙ୍କ ବିଷୟରେ ଏହି ବିଳାପ ରଚନା କଲେ;
ଦିତୀୟ ଶାମୁୟେଲ 1 : 18 (ORV)
ପୁଣି ଯିହୁଦା-ସନ୍ତାନମାନଙ୍କୁ ସେହି ଧନୁର୍ଗୀତ ଶିଖାଇବାକୁ ଆଜ୍ଞା ଦେଲେ; ଦେଖ, ତାହା ଯାଶେର୍ ପୁସ୍ତକରେ ଲେଖା ଅଛି ।
ଦିତୀୟ ଶାମୁୟେଲ 1 : 19 (ORV)
ହେ ଇସ୍ରାଏଲ, ତୁମ୍ଭର ଭୂଷଣ ସ୍ଵରୂପ ତୁମ୍ଭ ଉଚ୍ଚସ୍ଥଳୀରେ ହତ ହେଲେ! ବୀରମାନେ କିପରି ପତିତ ହେଲେ!
ଦିତୀୟ ଶାମୁୟେଲ 1 : 20 (ORV)
ଗାଥ୍ରେ ଏହା ନ ଜଣାଅ, ଅସ୍କିଲୋନର ଦାଣ୍ତରେ ଏହା ପ୍ରଚାର ନ କର; କଲେ ପଲେଷ୍ଟୀୟ କନ୍ୟାମାନେ ଆନନ୍ଦ କରିବେ⇧ ଓ ଅସୁନ୍ନତମାନଙ୍କ କନ୍ୟାଗଣ ଜୟଧ୍ଵନି କରିବେ ।
ଦିତୀୟ ଶାମୁୟେଲ 1 : 21 (ORV)
ହେ ଗିଲ୍ବୋୟ ପର୍ବତଗଣ, ତୁମ୍ଭମାନଙ୍କ ଉପରେ କାକର କି ବୃଷ୍ଟି ନ ପଡ଼ୁ କିଅବା ଉପହାରଜନକ କ୍ଷେତ୍ର ନ ହେଉ; କାରଣ ସେଠାରେ ବୀରମାନଙ୍କର ଢାଲ ମଳିନ ହେଲା, ଶାଉଲଙ୍କର ଢାଲ ତୈଳରେ ଅନଭିଷିକ୍ତ⇧ ରହିଲା ।
ଦିତୀୟ ଶାମୁୟେଲ 1 : 22 (ORV)
ହତ ଲୋକମାନଙ୍କ ରକ୍ତରୁ, ବୀରମାନଙ୍କ ମେଦରୁ ଯୋନାଥନଙ୍କ ଧନୁ ଫେରେ ନାହିଁ ଓ ଶାଉଲଙ୍କର ଖଡ଼୍‍ଗ ରିକ୍ତ ହୋଇ ଫେରେ ନାହିଁ ।
ଦିତୀୟ ଶାମୁୟେଲ 1 : 23 (ORV)
ଶାଉଲ ଓ ଯୋନାଥନ ଜୀବଦ୍ଦଶାରେ ପରସ୍ପର ପ୍ରିୟ ଓ ତୁଷ୍ଟିଜନକ ଥିଲେ, ମରଣ ସମୟରେ ହେଁ ସେମାନେ ବିଭିନ୍ନ ନୋହିଲେ; ସେମାନେ ଉତ୍କ୍ରୋଶ ପକ୍ଷୀଠାରୁ ବେଗବାନ, ସେମାନେ ସିଂହଠାରୁ ବଳବାନ ଥିଲେ ।
ଦିତୀୟ ଶାମୁୟେଲ 1 : 24 (ORV)
ହେ ଇସ୍ରାଏଲର କନ୍ୟାଗଣ, ଶାଉଲଙ୍କ ପାଇଁ ରୋଦନ କର, ସେ ତୁମ୍ଭମାନଙ୍କୁ ସିନ୍ଦୂରବର୍ଣ୍ଣ ବସ୍ତ୍ରରେ ସୁନ୍ଦର ରୂପେ ବସ୍ତ୍ରାନ୍ଵିତ କଲେ, ସେ ତୁମ୍ଭମାନଙ୍କ ବସ୍ତ୍ର ଉପରେ ସ୍ଵର୍ଣ୍ଣ ଅଳଙ୍କାର ମଣ୍ତିଲେ ।
ଦିତୀୟ ଶାମୁୟେଲ 1 : 25 (ORV)
ବୀରମାନେ ଯୁଦ୍ଧ ମଧ୍ୟରେ କିପରି ପଡ଼ିଲେ । ଯୋନାଥନ ତୁମ୍ଭ ଉଚ୍ଚସ୍ଥଳୀରେ ହତ ହେଲେ ।
ଦିତୀୟ ଶାମୁୟେଲ 1 : 26 (ORV)
ହେ ମୋହର ଭାଇ ଯୋନାଥନ, ମୁଁ ତୁମ୍ଭ ଲାଗି ବ୍ୟାକୁଳ ହେଉଅଛି; ତୁମ୍ଭେ ମୋହର ଅତି ତୁଷ୍ଟିଜନକ ଥିଲ; ମୋʼ ପ୍ରତି ତୁମ୍ଭର ପ୍ରେମ ଆଶ୍ଚର୍ଯ୍ୟ, ତାହା ସ୍ତ୍ରୀମାନଙ୍କ ପ୍ରେମରୁ ବଳିଗଲା ।
ଦିତୀୟ ଶାମୁୟେଲ 1 : 27 (ORV)
ବୀରମାନେ କିପରି ପତିତ ହେଲେ ଓ ଯୁଦ୍ଧାସ୍ତ୍ରସକଳ ବିନଷ୍ଟ ହେଲା ।

1 2 3 4 5 6 7 8 9 10 11 12 13 14 15 16 17 18 19 20 21 22 23 24 25 26 27

BG:

Opacity:

Color:


Size:


Font: